ଶ୍ରେଣୀ:ଇଣ୍ଟରନେଟ
ଇଣ୍ଟରନେଟ (Internet) ହେଉଛି ଏକ ଆନ୍ତର୍ଜାତିକ ମେଳଣ ଯେଉଁଠି ନିଜନିଜ ଭିତରେ ଗୁଡ଼ାଏ କମ୍ପ୍ୟୁଟର ଯୋଡ଼ି ହୋଇ ରହିଥାନ୍ତି, ଯାହାକି କମ୍ପ୍ୟୁଟର ବ୍ୟବହାର କରୁଥିବା ଓ ଅଲଗା ଅଲଗା ଜାଗାରେ ଥିବା ଲୋକମାନଙ୍କୁ ଜ୍ଞାନ, ଭାବ ଆଦିର ଦେବା ନେବା କରିବାରେ ସାହାଯ୍ୟ କରେ ।
ପ୍ରଥମେ ଇଣ୍ଟରନେଟର ବ୍ୟବହାର ଏକ ବୈଜ୍ଞାନିକ କର୍ମଶାଳାରେ ପରସ୍ପର ସହ ସମ୍ପର୍କ ରଖିବା ପାଇଁ କରାଯାଇଥିଲା । ହେଲେ ପରେ ପରେ ଏହାକୁ ବିଶ୍ଵବ୍ୟାପୀ ଇଣ୍ଟରନେଟରେ ପରିଣତ କରି ଦିଆଗଲା ।
ବର୍ତ୍ତମାନ ଇଣ୍ଟରନେଟ ମାଧ୍ୟମରେ ଇମେଲ ପଠାଇବା, ଚାଟିଙ୍ଗ, ଆଦି କାମ ସହଜରେ ହୋଇ ପାରୁଥିବା ବେଳେ ସୂଚନା ଆଦାନ ପ୍ରଦାନ ମଧ୍ୟ ହୋଇ ପାରୁଛି । ଇଣ୍ଟରନେଟ ପରିବର୍ତ୍ତନଶୀଳ, ତେଣୁ ଦିନକୁ ଦିନ ଏଥିରେ ନୂଆ ନୂଆ ଜ୍ଞାନ କୌଶଳର ବ୍ୟବହାର ହେଉଛି । ଏବେ ଆମେ ନିଜ ଘରେ ବସି ଇଣ୍ଟରନେଟ ମାଧ୍ୟମରେ ବିଶ୍ଵରେ ଘଟୁଥିବା ଅଗଣିତ ଘଟଣା ବିଷୟରେ ଜାଣିପାରୁଛେ ଏବଂ ଦେଖିପାରୁଛେ ।
ସାନ ଶ୍ରେଣୀସମୂହ
ଏହି ଶ୍ରେଣୀଟିରେ କେବଳ ତଳେଥିବା ସାନ ଶ୍ରେଣୀଗୁଡିକ ଅଛନ୍ତି ।
ସ
- ସୋସିଆଲ୍ ନେଟୱାର୍କିଂ ସେବା (୭ ପୃଷ୍ଠା)
"ଇଣ୍ଟରନେଟ" ଶ୍ରେଣୀରେ ଥିବା ପୃଷ୍ଠାଗୁଡ଼ିକ
ମୋଟ ୧୮ ରୁ ଏହି ଶ୍ରେଣୀ ଭିତରେ ୧୮ଟି ପୃଷ୍ଠା ଅଛି ।